New

Post Top Ad

Shubhapallaba Hindi Portal

Friday, May 1, 2020

ଶ୍ରମକିଆ ହସ


                   PC : Ranjan Kumar Patra


ମୁଁ ବି ହସିପାରେ
ଚାପା,ମୁଚୁକୁନ୍ଦ ଆଉ ହା ହା ହସ
ମୋ କର୍ମରେ, ଧର୍ମରେ
ଥିଲା ନଥିଲାରେ ଯାବତୀୟ
ଆନ୍ତରିକ ହସ ।

ଚାଲେ ଯେବେ
ଝିଙ୍କା ଓଟରା ମୂଲଚାଲ
ସ୍ବେଦ ସାନ୍ଧ୍ରତା ସ' ଶ୍ରମ ତଉଲ
ଅଙ୍କ ଘଡି ଘଡି ଛିଣ୍ଡେ ଖଡ଼ିନାଡି
ତଥାପି ଅସନ୍ତୋଷିଆ ସେ ପଣକୁ
ଆନ୍ତରିକ ଚାପା ହସ !

ଓଃ...
ଏଇ ..ଏଇଟା ଗୋଟାଏ କାମ
ନା ଅସରପା ଗୋଟାଏ ପକ୍ଷୀ,
ଜାଣିଲା ପରେ ...
ତୁମେ ବି ନଥିଲ କେବେ ଅପାରଗ
ଥିଲା ଯଦି ଥିବ ଟିକେ ଅହଂ ଅବା
"ମୁଁ କାହିଁକି କରିବି ଯେ ?"
ପ୍ରଶ୍ନ ପ୍ରଶ୍ନ ମନୋଭାବ,
ସେ ପାରିବ ବୋଲି ନପାରିବାପଣକୁ
ଆନ୍ତରିକ ମୁଚୁକୁନ୍ଦ !

କର ନକର ପାର ନପାର
ସବୁରି ମୂଳ ଅଗ ଏମିତିକି
ଶିରା ଧମନୀ ବାହାଦୁରି  କିନ୍ତୁ
ହାଡ଼ ଛଡା ନକର,
ଚକୁଳି ଚିତଉ କରି ଅଙ୍କରେ
ଚିତ୍ରଗୁପ୍ତକୁ ହରାଅ,
କରି କରାଉ ଥାଏ ଯେ'
ସିଏ ବି ବୈକୁଣ୍ଠରେ ହସୁଥିବ
ଆନ୍ତରିକ ହା ହା ହା  !


୦୧/୦୫/୨୦୨୦

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba