ଦେଖୁଛ !
ଦେଖିପାରୁଛ ତୁମେ ,
ମୋ ଆଖିର କୋଟି ପ୍ରଶ୍ନବାଚୀ !
ଆଚ୍ଛା ତୁମେ ଚନ୍ଦା ହୋଇଥିବ ନା
ଟାଙ୍ଗରା ଭୁଇଁରେ କିଛି କିଛି ଦୁବ ଏବେ ବି ବାକିଥିବ?
ତୁମେ ତାଳଗଛ ସ' ପ୍ରତିଯୋଗିତା କରୁଥିବ ନା
ମୋ ଉଚ୍ଚତା ସହ ଖାପ ଖୁଆଇଯିବ ?
ତମେ ଏବେକା ନା ଅତୀତର ଅଦନାନ୍ ସାମି ଯେ ?
ସ୍ୱର ନୁହଁ ମ ସ୍ୱାସ୍ଥ୍ୟ ରେ,
ସ୍ୱର..ସ୍ୱରରେ....
ତୁମେ ତୁମେ ହିଁ ଥିବ
ପ୍ରଣୟରେ କେବଳ ପ୍ରଣୟ ହିଁ ଥିବ
ଯା' ଆଗେ ହାରିବି ମୁଁ ପ୍ରତିଥର,
ଆଚ୍ଛା ଛାଡ଼ !
ଖାଇବାରେ ତମକୁ କଣ ପସନ୍ଦ ଥିବ ?
ଖବରଦାର ! ଶାକାହାରୀ ଯେପରି ହେଇନଥାଅ !
ତୁମେ ଈଶ୍ୱରଙ୍କ ଠି' ବିଶ୍ୱାସ ରଖୁଥିବ ନା
ମୋ ପରି ଅନ୍ଧ ହେଇନଥିବ ତ
ନହେଲେ, ମୋତେ ପୁଣି ଅନ୍ଧକାରରୁ କିଏ କାଢ଼ିବ !
ମୋର ଏ ଗପିବା ବଦଭ୍ୟାସ ଟା
ତୁମକୁ ରକ୍ତେ ରକ୍ତେ ବିରକ୍ତ କରିବନି ତ !
ନହେଲେ..
କଳରେ ଗୁଜୁରାତି ଦି' ଟା ଜାକି ବସିଯିବି !
ଆଚ୍ଛା କହିଲ ,
କାଣିଚିଏ ସମୟ କାଢି
କେବେକେବେ ମୋ କବିତା ପଢିବ ନା !
ନା ସବୁବେଳେ ସେଇ
ଅନଲାଇନ୍ ଗେମ୍ ରେ ମାତିବ ଯେ ?
୨୯.୦୪.୨୦୧୯
No comments:
Post a Comment