New

Post Top Ad

Shubhapallaba Hindi Portal

Monday, July 6, 2020

ଅଗଢ଼ା ତାଜମହଲ



ଫଟୋ : ଇଣ୍ଟରନେଟ୍

ଧୋବ ଫର୍ ଫର୍ କାଗଜ ଛାତିରେ
ରଙ୍ଗ ବେରଙ୍ଗ ଗୋଲଗୋଲ ଅକ୍ଷର
ଲାଲ ପାନ ପତରକୁ ଭେଦି ଯାଇଛି ତୀର
ଦୁଇଟି ନାଁ,
ଯୋଗଫଳ ସେଯାଏଁ ଅକଷା 
ପ୍ରେମ କିଛି ଗଦ୍ୟରେ କିଛି ପଦ୍ୟରେ
ମଧ୍ୟସ୍ଥି ମୁଁ
କିଟକାଟ୍ ଆଶାରେ...

ଖୁବ୍ ଗୋଟେ ଦୁର୍ବଳ ପାଣିପାଗରେ
ପଞ୍ଚ ଇନ୍ଦ୍ରିୟ ପାରେଇ କେହି ଜଣେ
ହୃଦୟରେ ପାଦ ଥାପେ,
ମଧ୍ୟସ୍ଥି ପାଲଟେ ମୁଖ୍ୟ ଚରିତ୍ର
କବିତା ଫବିତା ଆସୁନଥିବା
ନାଲି ନେଳି କାଳି ଆଉ ସୁନ୍ଦୁରିଆ ହସ୍ତାକ୍ଷରରେ
ନୋଟ୍ ବି ଲେଖିପାରୁନଥିବା,
ସାହିତ୍ୟରେ ଏଇମିତି 
ଜତର କତର କରି ଜଷ୍ଟ ପାସ୍ କରିଥିବା 
ପ୍ରେମର ଭବିଷ୍ୟତ କଣ ବା ହେଇପାରେ...!

ଖୁବ୍  ସତର୍କତାର ସହ ଯନ୍ତ୍ରପାତି ସମାଯୋଜନ 
ନିରୀକ୍ଷଣ ,ପର୍ଯ୍ୟବେକ୍ଷଣ,
ଭୁଲଭାଲ ତଥ୍ୟ ଉପରେ ବି
ଝାଳ ଫିଟା ହିସାବ ନିକାସ୍
ଜେଡ୍ ଟେଷ୍ଟ, ଟି ଟେଷ୍ଟ , ଉଠାପକା ଗ୍ରାଫ୍ 
ଶେଷରେ....ଆଉ ଶେଷରେ....
ଫଳାଫଳ ଆନୁମାନିକ,
ସରୁ ନଥାଏ ସମୟ
ମରୁ ନଥାଏ ମୁଁ
ସମାଧି ନିଏ ତା' କବିତା, ମୋ ପ୍ରେମ
ଫିଜିକ୍ସ ଲାବ୍ ରୁମ୍ ନଂ  ଏଲ୍ ୨୦୫ ଚାରିକାନ୍ଥ ଭିତରେ .....

ବି.ଦ୍ର : କବିତା ସହ ମୋର କୌଣସି ବ୍ୟକ୍ତିଗତ ସମ୍ପର୍କ ନାହିଁ ।

©ପଲ୍ଲବୀ
୦୬.୦୭.୨୦୧୯

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba