ଅସ୍ଥାୟୀ,
ଏ ଜୀବନ ଜୀବିକା କବିତା
କବିତାରେ ଭାବାବେଗ ଆଉ
ପ୍ରତିଟି ଶ୍ବାସ ରେ "ମୁଁ"
ମୋ ଶରୀର,
ଆସି ଦେଖିଯାଅ ଥରେ
ମୋ ରୋଷେଇଘର,
ଅସ୍ଥାୟୀ ବି
କଟାହୋଇ ଥୁଆ ହୋଇଥିବା
ଭେଣ୍ଡିର ଭବିଷ୍ୟତ
ଜଣାନାହିଁ, ଖଟା ଭଜା
ଅବା ମସଲାରେ କଷି ହେବେ,
ଅସ୍ଥାୟୀ,
ମୋ ଇଚ୍ଛାମାନେ
ଇଚ୍ଛା ବିରୁଦ୍ଧରେ ବୁଲୁଥାନ୍ତି ବେଲଗାମ
ବେହିସାବ ନିଜ ଇଚ୍ଛାରେ
ଯାଯାବର ପ୍ରାୟେ,
ସ୍ଥିତିହୀନ "ମୁଁ" ଭିତରେ ସ୍ଥାୟୀ ଯା'
ଏକା ମୋ ନିଷ୍ପତ୍ତି
ହଁ... ହେଇପାର ମନଖୋଲା
ପଦେ ଦି' ପଦ କଥା
ବାଣ୍ଟିପାର ଅଢେଇ କେଜି ହସ ଖୁସି
ପୁଣି ଦେଇପାର ଦୁଇ ବୁନ୍ଦା ଲୁହ, ଭୁଲିଯିବି
ହୃଦୟ ଦିଅନା ମ
ପାରିବାପଣ ରେ ପ୍ରଶ୍ନବାଚୀ,
ଗୋଟାକରେ ସ୍ଥିତି ଅସମ୍ଭାଳ
ଓଃ, ଏତେ ପ୍ରେମ କରନା ମ !
ଜିମ୍ ଯୋଗ ସବୁ ହେବ ଭଣ୍ଡୁର
ପୁରି ପରି ଫୁଲିବାଟା ସାର !
©ପଲ୍ଲବୀ
୨୬.୦୬.୨୦୧୯
No comments:
Post a Comment