New

Post Top Ad

Shubhapallaba Hindi Portal

Tuesday, March 24, 2020

ଆଉ ଦେଖିବାର ଇଚ୍ଛା ନାହିଁ


ମୁଁ ଅନ୍ଧାରରେ ବି ଅଣ୍ଡାଳିପାରେ
ମୋ ରୋଷେଇଘର ଥାକରୁ ଚେନାଚୁର୍ ଡବା
ବହି ଥାକରୁ ଏଚ୍.ସି. ବର୍ମା
ଠାକୁର ଘରୁ ଦିଆସିଲି,

ଅନୁଭବି ପାରେ
ହୃଦୟରେ ହାଡ଼ୁଆ ପଞ୍ଜରା
ଗାଲଦେଶେ ଗୋଲାପ କଣ୍ଟା
ଦ୍ୱିପରସ୍ତ ବାହୁ କବଳେ ମୋ' ଅଣ୍ଟା,

ବେଶ୍ ଚାଲାକିରେ ବି ତୁମେ ଖଞ୍ଜିଦେଇଛ
ଜଡ଼ଟାରେ ଅସହାୟର ଯୋଡ଼େ ହସ୍ତ,
କାନରୁ କାଢ଼ି ନେଇଛ କାନଡ୍ରମ୍,
ଜିଭ ଦେଇ, ପାଟିକି ପିକୋ, ଆଉ
ଗୋଟାଏ ସୋଲାବୁଟ ପରି ହୃତପିଣ୍ଡ,

ଶୁଖୁଛି, ବତୁରୁଛି,
ଯିଏ ମନ ସିଏ ଆସି
ମସଲା ଦେଇ କଷି ଦେଇଯାଉଛି,
ଦାନ୍ତ ତଳେ ନାଆନ୍ ପିନ୍ଧି ସେ ଏବେ ଶହୀଦ୍ !

ନା ନା ସହାୟତା ମାଗୁନି
କାଗଜ ପତରେ ଆଉଥରେ
ମାରି ମରିବାକୁ ବଳ କାହିଁ,
ପାରୁଛ ତ
କାଢ଼ି ନେଇଯାଅ ଏ ଆଖି ଦୁଇ
ଆଉ ଲୁହ ଦୁହିଁବାକୁ ଇଚ୍ଛା ନାହିଁ ।

©ପଲ୍ଲବୀ
୨୪/୦୩/୨୦୨୦

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba