New

Post Top Ad

Shubhapallaba Hindi Portal

Saturday, May 9, 2020

କାଳିଆକୁ କରୋନା ଭୟ



ଏମିତି ଟେରେଇକି କ'ଣ ଦେଖୁଛ ? ଯାତ୍ରା ହବ ବା' । ଶୁଣିଲ  ନାଇଁ କି ! ରଥ ଗଢାକୁ  କେନ୍ଦେରରୁ  ଅନୁୁୁମତି ମିଳିଲା ପା' !   ବିଶ୍ୱାସ ହଉନି ନା କ'ଣ !

 ଲକ୍ଷେ ଗରା ଗାଧୁଆ, ଚଉଦ ଦିନିଆ ଜ୍ଵର,  ଫୁଲୁରି ତେଲ ମାଲିିିସ ...ସବୁ ରୁଟିନ୍   ଫଲୋ  ହବ ମ' । ତମେ ଯିମିତି ହେଲେ ମାଉସୀ ଘର ଯିବ । ପୋଡ଼ପିଠା ଖାଇବ । ଦୁଃଖ ସୁଖ ହେବ । କିନ୍ତୁ ! କିନ୍ତୁ ! କିନ୍ତୁ !

କରୋନା ସତର୍କତା ସହିତ । ଦେଖ ! ଏଇଟା ବି ତୁମ ହାତରେ । ଏବେ ତ ଆମକୁ ତମେ ହିଁ ବୁଝେଇପାରିବ । ବାଗ୍ଚି ବାବୁ ଥକି ଗଲେଣି , ଆଉ ସେତେ ବେଶି ଏ କାମକୁ ପାରୁ ନାହାନ୍ତି । ପ୍ରକୃତରେ କାମକୁ ନୁହଁ ଯେ...ଆମକୁ ପାରୁନାହାନ୍ତି । ଆମେ ବି କଉ ପାରି ହେଲା ଭଳିଆ ଜନ୍ତୁ ଯେ ! ହେଇ ଲୋ...ମୁଁ  କାହା ଆଗେ ଏକଥା କହୁଚି  ! 
ପୋଡିଯାଉ ମୋ ତୁଣ୍ଡ !

ତମର ତ ଦିହସୁହା । 
କ'ଣ କହିଲ ! କଣ ? 
ଏଇ ଆମକୁ ପାରିବା (ପାଳିବା)  ! ଯେତେ ମନାକଲେ କି ବୁଝେଇଲେ ବି ଆମେ ନିଜେ ନମଲେ ସ୍ୱର୍ଗ ଦେଖିନପାରିବା ସୂତ୍ର ସବୁଠି ପକେଇଦେଉ । ପଡୋଶୀ ଦେଶ  ଅବସ୍ଥା ଦେଖି ସୁଧୁରିବା , ଆମ ଦେଇ ହେଇପାରିବନି । 

ମୋ କଥା ମାନ !
ଏବେଠୁ ତମେ ରାତି ଡ୍ୟୁଟି ଆରମ୍ଭ କରିଦିଅ । ନିଜେ ନପାରିଲେ ପ୍ରତି ଜିଲ୍ଲାର ଲୋକାଲ ଦେବାଦେବୀଙ୍କୁ ମଧ୍ୟ କାମରେ ଲଗେଇ ଦିଅ । ସେ ଦି' ସେକେଣ୍ଡ ପାଇଁ ହେଉ ପଛେ, ଗୋଟି ଗୋଟି କରି ସମତିଙ୍କୁ ଯାତକୁ ଏଥର ନଆସିବାକୁ ସ୍ୱପ୍ନରେ ସୋଧୁଅ ଗୁଆ ପାତେରି ଟେକି ଦେଇ ଆସ । ମୁଁ ଜାଣିଚି , ଏତେ ସହଜ ନୁହଁ । ନୋକେ କହିବେ, " କାଳିଆରେ...ତୋର ଜମା ହୃଦୟ ନାହିଁ...!"

ଅପରପକ୍ଷରେ ଦେଖିଲେ , ଆମେ ତ ଏମିତି ବି ତମକୁ ଶୁଣଉ ନା, " କାଳିଆ ତୁ ମତେ ଡାକୁନୁ, ଡୋର ନଗଉନୁ...!" ହଁ ....ଏଥର  ବେଶି ଶୁଣିବାକୁ ପଡିବ । ଟିକିଏ ହଜମି ଯିବ ଆଉ...! 

ହେଇଟି ! ଏତକ ନକଲେ ନେଡି ଗୁଡ଼ କହୁଣୀକି ବୋହିଯିବ ଟି ! ଯାତକୁ ଯଦି ଭିଡ଼ ହେଲା, ନୋକ ତମ ପ୍ରସାଦ ନୋହିଲେ ନିଜ ନିର୍ବନ୍ଧ ଭାର ଭଳିଆ କରୋନା  ବାଣ୍ଟିଦେବେ ଗୋ ଓଡିଶା ସାରା । ଖଣ୍ଡୁଆରେ ଗଣ୍ଠି ପକେଇ ରଖ ମୋ କଥାକୁ । 

ସବୁଠୁ ବଡ଼ କଥା , ସେତେବେଳେ ବି ସମତେ ତମକୁ ହିଁ ଦୋଷ ଦେବେ ଯେ , " କାଳିଆ ତୁ କାଇଁ ଯାଉଥୁଲୁ ମାଉସୀ ଘର, ତୋ ଲାଗି ହେଲୁ ଆମେ ବାର ଦୁଆର, ସ୍କୁଲ ପିଣ୍ଡା ଘର ! "

ତେଣୁ ବେଳହୁଁ ସାବଧାନ !  ନିଜ  ମହତ ନିଜ ହାତରେ । ସେତେବେଳେ କିଶ ହେଲା ବେଲେ ଆଉ ମୁହଁ ନାଇଁ ଶୁଖେଇବ !
ମୋର କ'ଣ ଅଛି ,ନିଜ ନୋକ ବୋଲି ଦିହ ସଉନି । ଠୋ ଠା କିନି କହି ଦଉଛି । ନୋହିଲେ ମତେ ଏ ଗପାଗପି କି ତର କାଇଁ ! ଯାଏଁ ତେଣେ ଘର ଗୋଟା ଯାକ କାମ ପଡିଛି !


୦୯/୦୫/୨୦୨୦

1 comment:

  1. We search for sites with a good game selection, and play selection of|quite a lot of|a wide selection of} slots and table games on desktop and cellular, making use of the out there bonus presents. Welcome bonuses are a giant draw for on-line 1xbet casinos, and we search for essentially the most generous ones with the most effective wagering necessities. The rising adoption of cellular and on-line payment gateways made payment options convenient for shoppers and on-line players.

    ReplyDelete

Shubhapallaba free eMagazine and online web Portal

Post Top Ad

Shubhapallaba