New

Post Top Ad

Shubhapallaba Hindi Portal

Monday, June 29, 2020

ଅଜାଚାଟ୍



ସୁଦୂର କଟକରୁ ଆସି କଳାହୀରାର ସହର ତାଳଚେରରେ  "ଚାଟ୍" ବୋଲି ଏକ ବ୍ୟଞ୍ଜନ ସହ ପରିଚିତ କରାଇଥିଲେ  "ଅଜା" । ଅଜାଙ୍କ ନାଁ ଟା ଯଦିଓ ଜଣା ନାହିଁ କିନ୍ତୁ ତାଙ୍କ ଅମଳରୁ ହିଁ  ଠେଲାଗାଡିର ନାଁ ଟା "ଅଜାଚାଟ୍"  ହୋଇ ରହିଛି ଯେ ତାଙ୍କ ପୁଅଙ୍କ ଅମଳ ଯାଏଁ । ନା ବଦଳିଛି ନାଁ ନା ବଦଳିଛି ସେ ସ୍ୱାଦ ! ଆହୁରି ନିଆରା ତାଙ୍କ ହସ ହସ ମୁହଁ , ଭିଡ଼ ଆଉ ବ୍ୟସ୍ତତା ଭିତରେ ବି ଗ୍ରାହକଙ୍କ ଭଲମନ୍ଦ ପଚାରି ବୁଝିନେବା ବେଶି ଆକର୍ଷଣୀୟ । ଓଡିଶା ସରକାର ପାୱାର ପ୍ଲାଣ୍ଟକୁ  NTPC ହାତକୁ ହସ୍ତାନ୍ତର କରିବା(୧୯୯୫ ମସିହା) ର ବହୁ ପୂର୍ବରୁ  ଆଜିଯାଏଁ "ଅଜାଚାଟ୍" ନିଜର ପତିଆରା ବଳବତ୍ତର ରଖିଆସିଛି ।

କେହି ଯଦି ମୋତେ ତାଳଚେରର ପ୍ରସିଦ୍ଧ ଖାଦ୍ୟ ବିଷୟରେ ପଚାରେ ତେବେ ମୁଁ ତ କହିବି ତାଳଚେର ଥର୍ମାଲର " ଅଜାଚାଟ୍" ।
ଏଇ ଆମ ଆନନ୍ଦବଜାର ଛକଠାରୁ NTPC, TTPS ଅଭିମୁଖେ ନାକ ସିଧା ଯାଇ ଭେଲ୍ କଲୋନୀ ଆଡେ ମାଡିଯିବେ । ଖୋଜିବାକୁ ପଡିବନି ମ ବାସ୍ନାରେ ଆପେ ଆପେ ରାସ୍ତା ଉପରୁ ଟାଣି ହେଇଯିବେ । ଉପରବେଳା ୫ଟା ରୁ ସାଢ଼େ ୭ ଯାଏଁ । ସାଢେ ସାତ ପରେ ଆଉ ଯିବେନି,ନହେଲେ ଅଖିଆ ଫେରିବେ ।

"ଚାଟ୍" ର ସଂକ୍ଷିପ୍ତ ବିବରଣୀ :

ଚାଟ୍ (ଭୋଅନଶର,)
ପାଣି ଫଲଫଲ ଆଳୁକଷାରେ ହାତ ଗଣତି ମଟର, ରଙ୍ଗ ଦିଆ କଖାରୁ ସସ୍ ,ଉପରେ ସେଉ,ପିଆଜ,ପାମ୍ପଡ଼,କର୍ଣ୍ଣ,ନଡ଼ିଆ କୋରା ବାରଜାତି ର ଗୋଟେ ମୋଟା ଆସ୍ତରଣ, ଭିତରେ ଦହିବରାଟେ

ଚାଟ୍ (କଟକ,ପୁରୀ)
ଦହିବରା କୁ ଛାଡି ଭୋଅନଶର୍ ସହ ପୁରା ସମାନ ।

ଚାଟ୍ (ଅନୁଗୁଳ)
କଟକ,ପୁରୀ ସହ ପ୍ରାୟ ସମାନ । କିନ୍ତୁ "କଚୋଡି ଚାଟ୍" ଟିକେ ନିଆରା ।

ଚାଟ୍ (ତାଳଚେର ହାଟତୋଟା)
କାବୁଲି ବୁଟ ତରକାରୀ ଉପରେ ଭଙ୍ଗା ନିମିକି,ସେଉ,ପିଆଜ

ଚାଟ୍(ଜୟପୁର,ଭବାନୀପାଟଣା)
ଭଙ୍ଗା ସିଂଗଡା ଉପରେ ଚଣା ତରକାରୀ,ଗୁଣ୍ଡ ପିଆଜ

ଚାଟ୍(ନବରଙ୍ଗପୁର)
ଆଳୁକସା ଉପରେ ପିଆଜ,ସେଉ,କର୍ଣ୍ଣ ,ଖଟାପାଣି(ଗୁପଚୁପ ର)

ଚାଟ୍(ଜୟପୁର,କୋରାପୁଟ)
ଫାଳ ବୁଟଡାଲି ତରକାରୀ ଉପରେ ସେଉ,ପାମ୍ପଡ଼ ପିଆଜ,ଧନିଆପତ୍ର ,ଦହି ,ଖଟାପାଣି (ଗୁପଚୁପର)

ଅଜାଚାଟ୍ 【ତାଳଚେର ଥର୍ମାଲ(ଭେଲ୍ କଲୋନୀ)】

ଇମିତି କୋଉ ସ୍ୱାମୀଟେ ନାହିଁ ଯିଏ କାମରୁ  ଫେରିଲାବେଳେ ସ୍ତ୍ରୀ ମନଜାଣି ଅଜାଚାଟ୍ ପ୍ଲେଟ୍ ଟାଏ ଘରକୁ ନେଇ ନଥବ , ଇମିତି କୋଉ ବାହାହେଲା ଥର୍ମାଲ ପୁଅ/ଝିଅ ନାହିଁ ଯିଏ ତା' ସ୍ତ୍ରୀ/ସ୍ୱାମୀ କୁ ଅଜାଚାଟ୍ ଖୋଇ ନେଇ ନଥବ , ଇମିତି କୋଉ ବାପାଟେ ନାହିଁ ଘରକୁ ଫେରିଲାବେଳେ ପୁଅ ଝିଅଙ୍କ ବରାଦିଆ ଅଜାଚାଟ୍ ଦି' ପ୍ଲେଟ୍ ନେବାକୁ ଭୁଲିଯାଇଥବ, 
ଇମିତି କୋଉ ପ୍ରିୟ/ପ୍ରିୟା ଟେ ନାହିଁ ଆଜିବି କେବେ ଏକା ଏକା ଅଜାଚାଟ୍ ଚାମୁଚେ ପାଟିକୁ ନେଉ ନେଉ ତିଳେ ଅଟକି ନଥବ !

ଥାଉ , ଆଉ କହିବିନି  , ନିଜେ ହିଁ ଅନୁଭବ କରିବେ ଖାଲି ଜିଭ ରେ ନୁହେଁ ମନ,ଉଦର, ହୃଦୟରେ ବି। ବାହାସ୍ଫୋଟ ନୁହେଁ ଜମା ।

ଥର୍ମାଲ ଆଉ ତା ପାଖାପାଖି ଭାଇ -ଭଉଣୀମାନେ ଯେଉଁମାନେ ଟାଉନରୁ ଯାଇ ମହାଟାଉନ (ଦିଲ୍ଲୀ, ବମ୍ବେ,କଲିକତା,ବାଙ୍ଗାଲୋର,ପୁନେ.....) ରେ ଅଛନ୍ତି । ଶୁଖିଲା ପାଉଁରୁଟି ଉପରେ ବାସି ଚିକେନ୍ ,ଛତୁ,ପନିପରିବା (ପିଜା, ବର୍ଗର), ଇଡିଲି -ସାମ୍ବର ଖାଇ ବଞ୍ଚିଛନ୍ତି । ଦୀର୍ଘଦିନ ହେବ "ଅଜାଚାଟ୍" ମୁହଁରେ ବାଜିନି ବା ସୁଯୋଗ ମିଳୁନି ,ସେମାନଙ୍କ ପାଇଁ ଫଟୋ ଟା ପଠେଇଲି ।

#ଯିଏ_ଜଳୁଛ_ଜଳିଯାଅ😉

©ପଲ୍ଲବୀ
୨୫.୦୪.୨୦୧୯


No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba