New

Post Top Ad

Shubhapallaba Hindi Portal

Tuesday, May 12, 2020

ବୋରିଂ ଲକଡାଉନ୍



(୧)

-ମାମା ! ମାମାଲୋ !
- ହୁଁ, ଡୋରେମନ୍ ଟାଇମ୍ ହେଇଗଲା କି ମୋ ବେଟାର ! ନିଅ ରିମୋଟ୍ !
- ହେ, ନାଇଁ ମ ! ଛାଡ଼ ସେ ରିମୋଟ୍ ! ତମେ ଆସିଲ ଷ୍ଟଡ଼ି ରୁମ୍ କୁ !
- ପୁଣି ଅସଜଡ଼ା କରିଦେଲ ନା ! ଆଜି ସକାଳେ ତ ସଜାଡିଥିଲି ! ପ୍ରଭୁ ଏ ଛୁଆ ଖଣ୍ଡକ !
- ଓହୋ... ତମେ ଆସୁନ !

×××

- କାଇଁ କ'ଣ ହେଲା ? ସବୁ ତ ଠିକଠାକ୍ ଅଛି । ମୋତେ କାଇଁ ଡ୍ରଇଂ ରୁମ୍ ରୁ ଟାଣି ଟାଣି ଆଣିଲ ଯେ ?
- ତମେ ବସ ତ ଆଗେ !
- ଓକେ ବାବା !
- ମୋତେ ନା ମ୍ୟାଥ୍ସ ବୁଝେଇଦିଅ । କେଜାଣି ସେ ସ୍କୁଲ କେବେ ଖୋଲିବ ! ତା' ଆଗରୁ ମୁଁ ସବୁ ବୁଝିଯାଇଥିବି , ଆଉ ଏକ୍ସରସାଇଜ୍ ବି କରିଦେବା ବେଟର୍ ନା ! 
- ରିୟଲି ! ମାନେ ଏ ସବୁ ତମେ କହୁଚ ବେଟା !
- ମାମା ପ୍ଲିଜ୍ ! ବୋର୍ ହେଇଗଲିଣି ମୁଁ ଖେଳି ଖେଳି,ସେଇ ଟିଭି ଦେଖିଦେଖି ! ସିଦ୍ଧି ସହ ଝଗଡା କରି ...!
- ହାଁ !
- ଏମିତି କ'ଣ ଦେଖୁଛ ? ପଢାଅ ! ହଁ ଏଇ ଚାପ୍ଟର୍ ଟା !
- ଯଥା ଆଜ୍ଞା !

(୨)

-ଏଇ ଶୁଣିଲ !
-ଉଁ
-ଡ୍ରେସ୍ ସଫା କରିବ ନା କ'ଣ ଆଜି !
- ହଁ , ତମର ଆଉ କଣ ସଫା ହେବ ଦିଅ !
-ମୋ ଡ୍ରେସ୍ ତକ ୱାସିଂ ମେସିନ୍ ରେ ପକେଇବନି ! ସେମିତି  ବାଲ୍ଟିରେ ସର୍ଫ ଦେଇ ବତୁରେଇ ଦିଅ ! ମୁଁ ନିଜେ ସଫା କରିଦେବି ।
- କାହିଁକି !  ପୂର୍ବଥର ଭଲସେ ସଫା ହେଇନଥିଲା କି ?
- ନା ମ ! ଖାଇ ବସି, ବସି ଖାଇ ପେଟ ବାହାରି ଗଲାଣି !
ଟିକେ ହାଲକା ହବା ଆଜି ।
- ଖାଇବା କମେଇ ଦଉନ !
-ତମେ କମେଇକି ଦଉନ ! 
-ହୁହଃ !
-ମୁହଁ ମୋଡ଼ , କିନ୍ତୁ ମୋ ଡ୍ରେସ୍ ସଫା କରିବନି !

(୩)

-ମିନୁ ! 
-ଆଜ୍ଞା ବୋଉ !
-ବାପା ଗାଁ ରୁ ଯୋଉ ଆମ୍ବ ବସ୍ତାଟା ଆଣିଥିଲେ, ସେଇଟା ଆଣିଲୁ ମୋ ପାଖକୁ ! ଆଉ ବଡ଼ ପନିକିଟା ବି ।
- ମୁଁ ତ ଖଟା ପାଇଁ କାଟି ସାରିଛି !
-ଧେତ୍ ! ମୁଁ କ'ଣ ଖଟା ପାଇଁ କହୁଚି ! ଆଚାର ପାଇଁ ଅଧେ ଆଉ ଅଧକ ଆମ୍ବୁଲ ପାଇଁ କାଟି ଲୁଣ ହଳଦୀ ଦେଇ ଶୁଖେଇ ଦେବି । ବଢିଆ ଖରା ପଡୁଛି । ତୁ ଗଲୁ ଗଲୁ ! ବସ୍ତାଟା ଘିନି ଆଇଁଲୁ !
- କିନ୍ତୁ ବୋଉ, ଆପଣ ତ କହୁଥିଲେ, "ଆମେ ପାରିବାନି । ଦାସ ଘରେ ଯୋଉ ବ୍ରହ୍ମପୁରିଆଣୀ ଭଡାରେ ଅଛି ତାକୁ ଦେଇଦେଲେ ,ସିଏ ଆମକୁ ଆଚାର ସିସିଟେ ଦେଇଦେବ ଆମର ବର୍ଷେ ପଳେଇବ ।"
- ହେ, ନା ମ  ତା' କଥା କହନା ! ମେଞ୍ଚେ ମେଞ୍ଚେ ଭିନେଗାର ଢାଳି ଦଉଚି ! ବାପା ମୋଟେ ମଙ୍ଗୁନାହାଁନ୍ତି ତା' ଆଚାରକୁ !
- ହଉ ତେବେ !
- ଆରେ ଶୁଣୁ ଶୁଣୁ ! ବିରି ଅଧମାଣେ ବତୁରେଇ ଦେଇଥା' ଆଜି । ପହର ଦିନକୁ ଶାଗୁ ଅଧମାଣେ ବତୁରେଇ ଦବୁ । ବଡି ପାମ୍ପଡ଼ ଯୋଡ଼େ ପାରି ଦେବା । 
ଗୋଡ଼ ହାତ ଚଳୁଚି ଯେ' ଯାଏଁ ଚାଲୁଥାଉ ।  ନୋହିଲେ ଏ ଆଣ୍ଠୁ ଗଣ୍ଠି କ'ଣ କମ୍ ଯନ୍ତ୍ରଣା ଦଉଚି କିଲୋ !


■■■


No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba