New

Post Top Ad

Shubhapallaba Hindi Portal

Wednesday, May 20, 2020

ଭୋକ : ଏକ ଭୂତାଣୁ ଜନିତ ରୋଗ



ମଲାପରେ ବି 
ପୁନଃଜନ୍ମ ନିଏ ଭୋକ
କେଉଁ କୁଳ, ଗୋତ୍ର, ଧର୍ମରେ,
ଚାଷୀ,ମୂଲିଆ ଅବା
ନେତା,ଗୁମାସ୍ତା, ବଡ଼ ବଡ଼ିଆଙ୍କ ପେଟରେ !

ସ୍ଥାନ, କାଳ, ପାତ୍ର ବୋଲି କିଛି ଥାଏନା,
ମହାମାରୀ,ମହାବାତ୍ୟା ବି ସେ  ମାନେନା 
ଅସମୟରେ  ମାଡିପାରେ
ଅସମ୍ଭାଳିଆ ରାଜନୀତି ,

ପଦୁଅଁ ଶ୍ରୀ,ଭୂଷଣ,ବିଭୂଷଣ
ଲଭାଲଭି କରେକି କି କ'ଣ ?
ପ୍ରୟୋଗି ଯାଏ କିନ୍ତୁ
ଜଣା ଅଜଣା ଗୋଡ଼ଟଣା, ନୀତି କୌଶଳ 
ଗୁଣ ଗାରିମା ଖୁଣ ଖାରିମା
ଚର୍ଜି ଗର୍ଜି ଚର୍ଚ୍ଚିଯାଏ  
ଅର୍ଜିବା...ତାକୁ ଇ' ଜଣା ,

ଅବଶୋଷ ! 
ଚା' ଦୋକାନଟା ଖୋଲାଥା'ନ୍ତା ଭଲା,
ସିଗାରେଟ୍ ର ଧୁ ଧୁ ଧୂଆଁରେ 
ଠେଲି ଦେଇଥାନ୍ତ ରୋଗ
ବାୟୁମଣ୍ଡଳ ସେ ପାଖକୁ ,
ଝାଡ଼ି ଦେଇଥାନ୍ତ ଝଡ଼ 
ବଙ୍ଗୋପସାଗର ଆରପଟକୁ ,

ସଂକ୍ରମି ଗଲାଣି  "ବାଃ ବାଃ ଭୋକ"
ତା' ଲାଗି କିଏ ଭାକ୍ସିନ୍ ଖୋଜନ୍ତନି
ତୁଳସୀ, ମହୁ, ଗଙ୍ଗାଜଳ
ଗୀତା,ଭାଗବତ, ଚଣ୍ଡୀ ପୁରାଣ,
ହେ ମଣିମା ! ହୋ ଭକତେ !
କିଏ କିସ ଜାଣିଚ ହେ,
ଶୀଘ୍ର ବତାଅ,
ମନମସ୍ତିଷ୍କ ରକ୍ତ ଚରି  
ଭେଟିଲାଣି ଶେଷ ପର୍ଯ୍ୟାୟ !



୨୦/୦୫/୨୦୨୦



 

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba