New

Post Top Ad

Shubhapallaba Hindi Portal

Wednesday, April 22, 2020

କାନ୍ଦଣା


(ମନେମନେ ସ୍ୱର କରି ପଢିବାକୁ ଅନୁରୋଧ । ମନକୁ ପାଇଲେ ଆଗକୁ ପୋଷ୍ଟ କରିବା)

ବ୍ରାହ୍ମଣୀ ଡେଇଁବୁନି କଥା ଦେଇଥିଲୁ
କୁଆଖାଇ ଡିଆଁଇ କି ଆନନ୍ଦ ଲଭିଲୁ
ମୋ ବୋଉ...

ପ୍ରଭାତ ପହରୁ ବୋଲି  ଦ୍ବିପହର
ରଡି ଦେଇ ଚା' ମୋତେ କିଏ ଧରେଇବ
ଲୋ ବୋଉ...

କଖାରୁ ଫୁଲ, କଦଳୀ ପିଠଉ ଭଜା ତୁ
ତାୱା ନ ଓହ୍ଲଉଣୁ କିଏ ଟେକି ବୁଲି ଖାଇବ
ଲୋ ମୋ ବୋଉ...

ରାତିରେ ଖାଉନି, ମନ  ଛଣାଛଣି କି
ଗଣିତ ସାର୍‌ଙ୍କୁ  ଅଭିଯୋଗ କି ବାଢିବୁ
ଆଉ ମୋ ବୋଉ...

ଚାରପାଠକୁ ଜାଣି ଅମାନ୍ୟ କରିଲେ
କା' ପରେ ଆଉ ଗରଜି ବରଷି ପଡ଼ିବୁ
ଲୋ ବୋଉ...

ପୁନିଅଁ ପରବେ ବ୍ରତ ଉପବାସରେ
ଅଲତା ଶିଶି ମୁଁ  ପଣା କଂସାଏ ତୁ
ପଛେ ଧରି ଧାଇଁବ କିଏ ଲୋ ମୋ ବୋଉ...

ଘାଣ୍ଟ, ଡ଼ଙ୍କ କଖାରୁ ଖରଡ଼ିବୁ ଯେବେ
ଆଉ ନ ଆସିବି ଝୁରିଲେ ବି ଯେତେ
ମୋ ବୋଉ...

ବି.ଦ୍ର : ମୋ ନନା ବୋଉଙ୍କୁ କେହି ପଠେଇବନି କି ପଢିକି ଶୁଣେଇ ଦେବନି ରେ...

© ପଲ୍ଲବୀ
(୨୨/୦୪/୨୦୨୦)

1 comment:

  1. Luckyniki (Voodoo Magic, Magic, Magic, Magic) Slot Review
    Read our review of Luckyniki online casino with free spins & bonus codes ✓ Enjoy ラッキーニッキー the best slots games online in your browser ✓ 제왕카지노 Play games bet365 for fun or for

    ReplyDelete

Shubhapallaba free eMagazine and online web Portal

Post Top Ad

Shubhapallaba