ଦେହରୁ ଅବିର ଛାଡିଯିବା ପରେ ବି
ମଜିଛି
ହଜିଛି
ଭିଜିଛି
କେତେ ମୁଁ ତୁମ ରଙ୍ଗରେ....
ଗାଲ ଉପର ଲୁହତକ ଶୁଖିଗଲା ପରେ ବି
ଝୁରିଛି
ସରିଛି
ଅନୁଭବିଛି
କେତେ ମୁଁ ତୁମକୁ ଭାବନାରେ....
ନୀରବତାର ଲକ୍ଷ୍ମଣରେଖା ଟଣାଯିବା ପରେ ବି
ପଢ଼ିଛି
ବୁଝିଛି
ଲେଖିଛି
କେତେ ମୁଁ ତୁମକୁ ହୃଦୟରେ....
ପ୍ରତୀକ୍ଷାର ଅନ୍ତ ଘଟିସାରିଥିଲେ ବି
ଜିଇଁଛି
ଖୋଜିଛି
ହେଜିଛି
କେତେ ମୁଁ ଦିନ ଗୋପନରେ....
ପରିଚୟ, ଠିକଣା ଅଜଣା ଥିଲେ ବି
ନାଁ ଦେଇଛି
"ପ୍ରିୟାନ୍ସି"
ସାଇତିଛି
କେତେ ମୋ ମନ ଉପବନରେ ରେ ....
©ପଲ୍ଲବୀ
୦୭.୦୪.୨୦୧୯
No comments:
Post a Comment