New

Post Top Ad

Shubhapallaba Hindi Portal

Monday, April 6, 2020

ଯଦି ବିବାହ ମୁଁ କରିଥାନ୍ତି


ଯଦି ବିବାହ ମୁଁ କରିଥାନ୍ତି
ନିର୍ବନ୍ଧ ଠାରୁ ହନିମୁନ ଯାଏଁ
ସୋସିଆଲ ମିଡିଆରେ
ଲାଇଭ ଦେଖାଇ ଥାଆନ୍ତି

ଯଦି ବିବାହ ମୁଁ କରିଥାନ୍ତି !

ରାମୋଜି, ଉଟି,ଗୋଆ,ପୁରୀ
ଫଟୋ ଫେସବୁକେ ଛାଡି 
"ନାଇସି କପୁଲୁ", " ବେଷ୍ଟ ଯୋଡି"
କମେଣ୍ଟେ  ଗୋଟାଉଥାନ୍ତି

ଯଦି ବିବାହ ମୁଁ କରିଥାନ୍ତି !

ସାବିତ୍ରୀ, ସୁଦଶା,ମାଣବସା
କେତେ ଯତନେ ମୁଁ କରିଥାନ୍ତି
ରୋନା,ଦିପା, ସ୍ୱପ୍ନା ଠାରୁ ଆଗେ
ହ୍ଵାଟ୍ସଆପ ଷ୍ଟାଟସ ମୁଁ ରଖିଥାନ୍ତି

ଯଦି ବିବାହ ମୁଁ କରିଥାନ୍ତି !

ଆଣ୍ଠେଇ ପେଟେଇ ଛୁଆ ମୋର
ଚାଲି ଶିଖିଥାନ୍ତା ଅନଲାଇନି 
ଜନମରୁ ଅନ୍ନପ୍ରାସନ ଅବଧି, ଯଥେଷ୍ଟ
କାଟିବାକୁ ,ମମି- ଡାଡି ର ପପୁଲାରିଟି

ଯଦି ବିବାହ ମୁଁ କରିଥାନ୍ତି !

ସେ କହୁଥିବେ, ଝିଅ ବୈଜ୍ଞାନିକ ହେବ
ମୁଁ କହୁଥିବି ହିରୋଇନି
ରୋହନ ମମି ଡିମ୍ପଲ ମମି ସହ
ନିଇତି ପ୍ରତିଯୋଗିତା ମୁଁ କରୁଥାନ୍ତି

ଯଦି ବିବାହ ମୁଁ କରିଥାନ୍ତି !

©ପଲ୍ଲବୀ
୦୫.୦୪.୨୦୧୯

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba