New

Post Top Ad

Shubhapallaba Hindi Portal

Thursday, December 5, 2019

ବାହାଘର ରିପୋର୍ଟ


Aim of the experiment: ବାହାଘର(ମ୍ୟାରେଜ୍)
Apparatus Required
                                 ୧. ବର
                                 ୨. କନିଆଁ
Theoryସାମାଜିକ, ପାରିବାରିକ,ମାନସିକ,ଶାରୀରିକ, ଆବେଗପୂର୍ଣ୍ଣ ଭାବରେ ଜଣେ ଜଣକୁ ସାରା ଜୀବନ ସମ୍ଭାଳିନେବା ।

Procedure:  ୧. ଆରେଞ୍ଜ ମ୍ୟାରେଜ୍
                     ୨. ଲଭ କମ୍ ଆରେଞ୍ଜ ମ୍ୟାରେଜ୍
                     ୩. ଲଭ ମ୍ୟାରେଜ୍

୧. ଆରେଞ୍ଜ ମ୍ୟାରେଜ୍:

i. ଜାତି, ଭଲ ଝିଅ/ପୁଅ,  ପରିବାର
ii.  ଫଟୋ, ଜାତକ, ବାୟୋଡାଟା
           a. ଜାତକ ନସୁଝିଲେ - return (i)
           b.  ଜାତକ ସୁଝିଲେ -   ଆଗକୁ ବଢ଼
iii.  a. ଦେଖାଚାହାଁ    (ପୁଅ ଘର ଝିଅ ଘରକୁ )
                ପସନ୍ଦ ନଆସିଲେ : return ( i)
                ପସନ୍ଦ ଆସିଲେ :  ୨ୟ ମିଟିଂ କେବଳ ପୁଅ -ଝିଅ                                   
        b. ଦେଖାଚାହାଁ   (ଝିଅ ଘର ପୁଅ ଘରକୁ)
                ପସନ୍ଦ ନଆସିଲେ : return ( i)
                ପସନ୍ଦ ଆସିଲେ : ଫୋନ୍‌ରେ ଗପାଗପି ଆରମ୍ଭ (ମଧ୍ୟସ୍ଥିଙ୍କୁ ସାଇଡ ମାର)
iv. ଶୁଭ ଦିନ ଦେଖି "ନିର୍ବନ୍ଧ"
v.  କିଛି ମାସପରେ ଶୁଭ ଦିନ ଦେଖି "ବାହାଘର"

୨. ଲଭ କମ୍ ଆରେଞ୍ଜ ମ୍ୟାରେଜ୍:

i . ସମାନ ୧. (i ) ସହ
ii. ଫଟୋ, ବାୟୋଡାଟା
iii. ଦେଖାଚାହାଁ ପୁଅ- ଝିଅ (ଘରେ/ ବାହାରେ /ସୋସିଆଲ ମିଡିଆରେ)
          a. ପସନ୍ଦ ନଆସିଲେ : return (i)
          b. ପସନ୍ଦ ଆସିଗଲେ : ଫୋନରେ ଗପାଗପି ଆରମ୍ଭ ( ଜାତକ, ମଧ୍ୟସ୍ଥି ଉଭୟଙ୍କୁ ଗୁଲି ମାର)
          c. ଗୁରୁଜନ ମାନଙ୍କୁ ପଟାପଟି କର
iv. ଟାଣିଟୁଣି ଶୁଭ ତିଥି,ବାର ନକ୍ଷତ୍ର ବାହାର କର
v. ନିର୍ବନ୍ଧ
vi. ବାହାଘର

୩.  ଲଭ ମ୍ୟାରେଜ୍ :

i. ସ୍ଥାନ, କାଳ ,ପାତ୍ର ଦେଖି ପରିବାରକୁ ପଟାଅ
         a. ମାନିଗଲେ : ସମୟ ନଗଡେଇ ତୁରନ୍ତ ବାହାଘର
         b. ନମାନିଲେ : ସମୟ ଦିଅ
              * ସମୟ ଦେଲାପରେ ମାନିଗଲେ :  ତୁରନ୍ତ  ସର୍ବ ମଙ୍ଗଳ ଜଗନ୍ନାଥ କରି ବାହାଘର (ନିର୍ବନ୍ଧ- ବାହାଘର                      ଗୋଟେ ଦିନରେ )
              * ତଥାପି ନମାନିଲେ : ନିଜକୁ ରାଧା-କୃଷ୍ଣଙ୍କ ପରମ ଭକ୍ତ ଭାବି ନେଇ ୧(i) କୁ ଚାଲ

Tabulations :
                      ୧. ନିମନ୍ତ୍ରଣ (କାହାକୁ ଗୁଆ/ପାତ୍ରୀ ଟେକା, କାର୍ଡ ବଣ୍ଟା ତାଲିକା)
                      ୨. ଲୁଗାପଟା ( ପୁରୁଣା ବେଭାର ଖାତା ଦେଖି ନିର୍ଣ୍ଣୟ କରି ତାଲିକା ପ୍ରସ୍ତୁତି)
                      ୩. ଝିଅର ବ୍ୟବହାର ଜିନିଷ
                      ୪. ଭୋଜି ସାମଗ୍ରୀ
                      ୫. ଭାର ( ନିମିକି, ଫେଣି, ଗଜା,ମିଠେଇ,ଉଖୁଡା...ତାଲିକା)
                      ୬ . ବେଦୀ ସାମଗ୍ରୀ

Observation (Error calculation): ମାନସିକ ତ୍ରୁଟି - ୩ ପ୍ରକାର

  1. ସାମାଜିକ ତ୍ରୁଟି : ପନ୍ଦର ଲକ୍ଷ ଖର୍ଚ୍ଚ କରି କିଟ୍ ରେ ପୁଅକୁ ପଢେଇଥେଲା ବିନା ଯୌତୁକରେ କିମିତି ବାହା କଲା ବା' , ଗୋଟାଏ ବୋଲି ଝୁଅଟାକୁ ଇମିତି ଅଣ୍ଟିକି କଣ୍ଟିକାଣ୍ଟି କଣ ବାହା କଲା ବା' , ଝୁଅକୁ ପୁଅଟା / ପୁଅକୁ ଝୁଅ ଟା ହେଲାନି (ଡେଙ୍ଗା -ଗେଡ଼ା, ମୋଟା-ପତଳା, କଳା-ଗୋରା)
  2. ବନ୍ଧୁ ବାନ୍ଧବ ତ୍ରୁଟି : ଆମ ବେଳକୁ କେତେ ବେଭାର ଦେଇଥିଲେ (ଏକାବନ,ଶହେଏକ ମୋଦି ଆଇଲା ଦିନୁ ଆଉ କଉ ଚାଲୁଚି), ଲୁଗାପଟା ମନକୁ ନପାଇବା ।
  3. ପାରିବାରିକ ତ୍ରୁଟି : "ନୋକେ ବୋଲିବେ କଣ"
Conclusion:
                     ଏତେ ସବୁ ପରେ ଯୋଡି ଯେ ସ୍ଵର୍ଗରେ ଭଗବାନ ତିଆରି କରୁଛନ୍ତି, ଛୋଟ ମୋଟ ଭୁଲ ବଟକା ଝଗଡା ଝାଟିରେ ବିଚରା ଭଗବାନଙ୍କୁ ଅଯଥା ଭିତରକୁ ଟାଣି ତାଙ୍କ ଉପରେ ଦୋଷ ଲଦିଦେଇ ନିଜେ ଝାଡ଼ି ଝୁଡ଼ି ହେଇଯିବା ଯଥାର୍ଥ ନୁହେଁ ।

Precautions:

  1. ଦବାନବା କଥାଟି ଯେମିତି ନଉଠେ । ଉଭୟ ପକ୍ଷ ଧ୍ୟାନ ଦେବା ଆବଶ୍ୟକ ।
  2. ବରଯାତ୍ରୀଙ୍କ ଚର୍ଚ୍ଚା ଉପରେ ବିଶେଷ ଦୃଷ୍ଟି । ଚର୍ଚ୍ଚା ପାଇବାର କ୍ଷମତା ମଧ୍ୟ ବରଯାତ୍ରୀମାନେ ନିଜପାଖେ ରଖିବା ଆବଶ୍ୟକ ।
  3. ଖିଆପିଆ ସ୍ଥାନରେ ଶୃଙ୍ଖଳା ।
  4. ଶାଳୀ ଏବଂ ନଣନ୍ଦ ଉଭୟଙ୍କୁ ସମାନ  ଚର୍ଚ୍ଚା ।
◆ ◆ ◆

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba