New

Post Top Ad

Shubhapallaba Hindi Portal

Wednesday, October 16, 2019

କବି ନୁହେଁ କବିତା ମୁଁ

କେଉଁ କବି କେବେ କାହାକୁ କେତେ
ବୁଝାପଡିଛି ଯେ,
ମୁଁ କହିଦେବି, ମୋତେ 
ମୋ ପ୍ରେମକୁ, ଘୃଣାକୁ, ଲୁହକୁ, ହସକୁ
ବୁଝିଯାଅ !

ଗଣି ପୋଛି ମୋତେ
ହେଜିଯାଅ, ହଜିଯାଅ
ଶବ୍ଦ ଶବ୍ଦରେ ଭାବ ଭାବରେ
ଫେଣ୍ଟିଆ ଫେଣ୍ଟି କରି
ମଜିଯାଅ !

ଭାଷା ପ୍ରେମ, ଶବ୍ଦ ପ୍ରୀତି,
ହଜେ,ଖୋଜେ, ଖୋଜେ, ହଜେ
ଭିଜେ, ମଜେ, ମଜେ, ଭିଜେ
ପାଗେଳି କହିବ ତ
କହିଯାଅ !

ପାଦେ ପାଦେ ଅନଳ
ପଦେ ପଦେ କୋଦାଳ
ବୋଳା ତନୁ ଗୋଳା ବାରୁଦ
ନିଜେ  ଜାଳି ଜଳୁଛ ଯଦି
ଜଳିଯାଅ !

ବନ୍ଧା, ଓଲ, ଫୁଲ ନୁହଁ ମ
ମାଟିରୁ ଆକାଶ, ଆକାଶରୁ ମାଟି
କବିତାଟେ ମୁଁ
ପାରିବ ତ, ଫର୍ଦ୍ଦ ଫର୍ଦ୍ଦ କରି
ପଢ଼ିଯାଅ !

- ୧୬.୧୦.୨୦୧୯

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba