New

Post Top Ad

Shubhapallaba Hindi Portal

Sunday, October 20, 2019

ଯାତ୍ରା ପରି ଲାଗେ "ପ୍ରେମ"

- ପୂଜା ! ପୂଜା !
- ଯାଉଛି  .....କ'ଣ ହେଲା?
- ତମକୁ କେତେଥର କହିବି, ଆଇରନ କରିବା ପରେ ମୋ ଡ୍ରେସକୁ ଏମିତି ଭାଙ୍ଗିଭୁଙ୍ଗି ଥୋଇବନି !
- ଓଃ, ସରି ସନ୍ଦୀପ୍ ! ମୁଁ ପୁରାପୁରି ଭୁଲିଯାଇଛି ।
- ବୋଉ କିନ୍ତୁ ଭୁଲେନି ! ହ୍ୟାଙ୍ଗରରେ ରଖିଦିଏ । 

★★★

- କେତେ କଣ ଆଇଟମ କରି ପକେଇଛ ତ... ଆଜି କଣ କି?
- ଗର୍ଭଣା ସଂକ୍ରାନ୍ତି ପା' । ତମ ଫେଭରାଇଟ ଘାଣ୍ଟ ତରକାରୀ କରିଛି । ଚାଖିକି  କହିଲ କେମିତି ହେଇଚି ! ବୋଉଙ୍କ ଠାରୁ ଫୋନରେ ଟିକିନିକି ବୁଝିକି କରିଛି ଯେ....
- ହୁଁ !
- କେମିତି ହେଇଚି?
- ଚଳିବ ! 
- ମାନେ....ଭଲ ଲାଗୁନି କି?
- ଆରେ ....ବୋଉ ପରି ଘାଣ୍ଟ, ଆମଘରେ ଆଜି ଯାଏ କେହି କରିପାରିନାହାନ୍ତି ! ତା' ହାତ ହିଁ କିଛି ସେମିତି । ସମସ୍ତଙ୍କଠାରୁ ଅଲଗା । 

★★★

- ଆଚ୍ଛା... ଆଜିର ଡିନର୍ ପ୍ଲାନ କଣ?
- ତମେ କୁହ !
- ବହୁତ ଦିନରୁ କ୍ଷୀରି ଖିଆ ହେଇନି । 
- ହଉ ତେବେ ପୁରୀ, କ୍ଷୀରି, ମଟର ତରକାରୀ ବନେଇଦେଉଛି ।
- ନା ନା, ପୁରୀ ବହୁତ ଅଏଲି ! ଗୋଟେ କାମ କର, ପରଠା ବନେଇଦିଅ । ଆଉ ହଁ ତେଲ କମ୍ ।
- ଓକେ !
- ଶୁଣ ମଟର ଦରସିଝା ରଖିବନି । ବୋଉ ଟିକେ ଫିଟେଇଦିଏ । ମସ୍ତ ଲାଗେ । 
- ଆଚ୍ଛା ହଉ । 
- ହଁ କ୍ଷୀରିରେ ଚିନି ସିଧା ଢାଳି ଦେବନି । ସିରା ବନେଇକି ପୁରା ଶେଷରେ କ୍ଷୀରିରେ ମିଶେଇବ । କାହିଁକି ନା...
- କାହିଁକି ନା ଏଇଟା ବୋଉଙ୍କ ଷ୍ଟାଇଲ । ଓକେ ବାବା ମୁଁ ଧ୍ୟାନ ରଖିବି । 
- ହଁ, କଲର୍ ଭଲ ଆସେ ସେମିତି କଲେ । 

★★★

-ସାଣ୍ଡୁଲୁ .....ଏଇ ନିଅ, ବୋଉଙ୍କ ଷ୍ଟାଇଲ ଗରମା ଗରମ ପରଠା, ମଟର ତରକାରୀ ଆଉ କ୍ଷୀରି, ଏବେ ତୁମ ସାମ୍ନାରେ ହାଜିର୍  ।
- ଶୁଣ ! ନର୍ମାଲ ଓଡ଼ିଆ କୁହ ! ଏ ଟିପିକାଲ୍ ଓଡ଼ିଆ ଶୁଣିକି ଯାତ୍ରା ପରି ଲାଗୁଛି । 'ସାଣ୍ଡୁଲୁ ' କେବଳ ବୋଉ ଡାକିଲେ ଭଲଲାଗେ ! 

ଏତେ ଗୁଡାଏ ପାଠ ଇଂରାଜୀରେ ପଢ଼ିସାରିବା ପରେ 'ଚେୟାର୍' ପରିବର୍ତ୍ତେ 'ଚୌକି',  ଯାତ୍ରା, ଏବଂ 'ଟେବୁଲ' ପରିବର୍ତ୍ତେ 'ମେଜ', ଅଭଦ୍ର ଭାଷା ପରି ଲାଗିବା ଆଜିକାଲି ଅତି ସାଧାରଣ କଥା ....ବାସ୍ ପୂଜାର ପିଲାଳିଆମୀ  ଏତିକ ବୁଝିବାରେ ବିଳମ୍ବ କରିଦେଇଥିଲା ।



No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba