New

Post Top Ad

Shubhapallaba Hindi Portal

Wednesday, September 25, 2019

କ'ଣ କହୁଛୁ?

କ'ଣ କହୁଛୁ
ଜହ୍ନ ହେଇ ଆକାଶରେ ଋଷିବୁ?
ମନେଇବିନି
ସାରାରାତି....
ପାହିଲା ବେଳକୁ ତୋ ରାଗ ନଥିବ ।

କ'ଣ କହୁଛୁ
ଲହରୀଟେ ପରି ଛୁଇଁ ଦେଇ ଚାଲିଯିବୁ?
ରାଣଦେବିନି
ଜାଣେ....
ତୁ ପୁଣି ପାଖକୁ ଫେରିଆସିବୁ ।

କ'ଣ କହୁଛୁ
ପ୍ରହରୀ, ନିଜେ ହବୁ ନା ଦାୟିତ୍ୱ ସମ୍ପିବୁ?
ପବନ ବି ପଶିବନି
ନା, ଡରନି...
ସିଗାରେଟ୍ ମୋତେ ଫୁଙ୍କି ଆସେନି ।

କ'ଣ କହୁଛୁ
ମୋ ନାଁ ରେ ଏତେଲା ଦବୁ?
ଯାଃ ,
ନିରବତାରେ...
ତୋ ଭଗବାନ ବି ମୋତେ ପାରିବେନି ।

ଏ ଶୁଣ୍ !
ତୋ ପାଇଁ ଗୋଟେ ଖୁସି ଖବର 
ପ୍ରଥମେ "ସରି"  ତୁ କହିବୁନି
ତୋ ହସ ଛଡା 
ଅନ୍ୟ କିଛି ମୋର ମନେରହେନି ।




No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba