New

Post Top Ad

Shubhapallaba Hindi Portal

Tuesday, September 17, 2019

ପ୍ରେତାତ୍ମା ହୁଅନ୍ତି କି !

ବେଳେବେଳେ ଇଚ୍ଛା ହୁଏ...
ପ୍ରେମିକା ନହେଇ ପ୍ରେତାତ୍ମା ହୁଅନ୍ତି କି
ଅପହଞ୍ଚ ଇଲାକାରେ ପହଞ୍ଚି ପାରନ୍ତି କି !
ତୁମ ଯନ୍ତ୍ରଣାରେ ଅସହାୟତାର ଚୁ ଚୁ ନକରି
ପ୍ରତିଶୋଧ ନେଇପାରନ୍ତି କି !
ପୃଥିବୀର ଗତିବିଧି ସବୁ ଧିମା କରି ଦିଅନ୍ତି
ଦିନଟାକୁ କାଟିକୁଟି ରାତିରେ ମିଶେଇ ଦିଅନ୍ତି,
ବିପଦର ଗତି ମୋଡି ଦିଅନ୍ତି !

ତମ ମେସ୍‌ରେ ରାନ୍ଧୁଣିଟେ ହୁଅନ୍ତି କି
ଗଣି ହେଇଯାଉଥିବା ପଞ୍ଜରାରେ ଟିକେ
ମାଉଁସ ଲଗେଇ ଦିଅନ୍ତି,
ସ୍ୱପ୍ନର ବାଟ ଓଗାଳନ୍ତି,
ତମ ଆଖିରେ ଅଚିନ୍ତା ନିଦଟେ ହୁଅନ୍ତି,
ରକ୍ତ, ମାନସିକ ଚାପକୁ ଚାପି ଚୁପି 
ଡଷ୍ଟବିନ ରେ ଫୋପାଡ଼ି ଦିଅନ୍ତି,
ଅମୃତାଞ୍ଜନ କମ୍ପାନୀ ବୁଡ଼େଇ ଦିଅନ୍ତି,
ରୋଗ ବ୍ୟାଧି ଦେହେ ଭେଦିଯାଆନ୍ତି !

ମଥା ଉପର ବଜ୍ର,ପାଦତଳ କଣ୍ଟାର ଉପସ୍ଥିତି 
ପୂର୍ବରୁ ନିର୍ଣ୍ଣୟ କରିପାରନ୍ତି କି !
ତୁମ ଲୁହ ତକ ଓଠରେ ପିଇଯା'ନ୍ତି,
ମୁହଁ ସାରା ହସ ନେସି ଦିଅନ୍ତି ,
ତେଣିକି ଯେ' ଡାହାଣି କହୁଚି କହୁ
ମୋର କିଛି ଯାଏ ଆସେ ନାହିଁ ....!


No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba