New

Post Top Ad

Shubhapallaba Hindi Portal

Saturday, August 24, 2019

ଶେଷଇଚ୍ଛା



ଶହେରୁ ଅନେଶ୍ୱତ 
ମିଛ କହୁଥିବା ଆଖି
ଓଠ କଥା ପଚାରନା,
ଗପୁ ଗପୁ ଗପିଦେବି...

ବୋଉ ଶୋଇଛି ମୋ କତିରେ
ଅସରପା ଚଢ଼ିଗଲା ଛାତିରେ
ଆଜିଠୁ ଅପଡ଼ ମୁଁ ଚାରୁ ସାଥିରେ
ଭାଇ ତମକୁ ନେଇ ସନ୍ଦେହରେ
ଖଡ଼ି ମାଡ଼ ଖାଇଛି ଶ୍ରେଣୀ ମଝିରେ
ନଖ ଭାଙ୍ଗିଗଲା, ସେ' ଲାଗି ମୁଁ ଶୋକରେ...

ଓଃ ! ସବୁକଥା କହିବାକୁ ହେବ ନା କଣ !
ବୁଝିଯାଅ !
ସେ'ଦିନ ଗୁଡ଼ାକର 
ଅଣ୍ଟା ବିନ୍ଧା, ଚିଡିଚିଡା ପଣ ବି
ତୁମରି ଭାଗରେ !

ବର୍ଷକୁ ଯୋଡ଼େ ଜନ୍ମଦିନ
ଫେବୃଆରୀର ସେ ସାତଦିନ
ଆଖିମିଶିବା ଠାରୁ ପ୍ରଥମ ଛୁଆଁର
ବାର୍ଷିକ ଉତ୍ସବ,
ନପାଳିଲେ ସେ କି
ପ୍ରେମ ଫ୍ରେମ !

ସେଇ ସମାନ ଲାଉର ମଞ୍ଜି,
ଲାଜ,ଅଭିମାନ,ଆବେଗପ୍ରବଣ 
ଯଥା ଅଯଥା ପରିମାଣ,

ମୁଁ କଣ ଭିନ୍ନ ଏକ ପୃଥିବୀର !
ଇଚ୍ଛା ନାହିଁ ଫି'ଦିନ ଗପିବାକୁ
ହ'ପ୍ତାରେ ଥରେ ଭେଟିବାକୁ
ଅଯଥା ଫୁଲେଇ ହେବାକୁ
ବୁଝି ଅବୁଝା ହେବାକୁ...

ସବୁତକ ସମୟରେ ଭାଗ ବସେଇ
ଦହଗଞ୍ଜ କରିବାକୁ ଆଉ ଇଚ୍ଛାନାହିଁ
ଶେଷଇଚ୍ଛା,
ପ୍ରେମିକା ହେବାକୁ ଇଚ୍ଛାନାହିଁ...!



No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba