-ଓଃ ଦିହଟା କାଇଁ ମାନ୍ଦା ମାନ୍ଦା ଲାଗୁଚି ମ । ପାଗଟା ବି ଏମିତି ମେଘୁଆ ହେଇଚି ଯେ....କୁଆଡେ ଟିକେ ଗୋଡ଼ କାଢି ହେବନି !
ହଇଓ ଚା' ଟିକେ ହବ ? ମୋଡି ମାଡି ହେଇ ପଚାରିଲେ ଦାଶବାବୁ ।
- "ହୁଁ ! ଟିକିଏ ଅପେକ୍ଷା କର । ନେଇକି ଯାଉଛି" ରୋଷେଇ ଘର ଭିତରୁ ଉତ୍ତର ଦେଲେ ଦାଶବାବୁଙ୍କ ସ୍ତ୍ରୀ ।
- ହଇରେ ! ତେଲ ଛଣା ବାସ୍ନା ହଉଚି.... କଣ ପକୁଡି ଫକୁଡି ଛାଣୁଛ କି' ହୋ !
- ମନଟି ତ ଅଛି । ଏତେ ବୁଲେଇ ବାଲେଇ କାଇଁ କହୁଚ କହିଲ ? ହଉ କରିଦେଉଛି ।
- କରିବ ଯଦି.....ତେବେ ଚା' ଟା ନେଇଯାଅ । ପକୁଡି ଖିଆ ସରିଲା ପରେ ଚା' ପିଇବା .....ନା କଣ କହୁଛ ?
- "ମଲା... ମୁଁ କଣ କହିବି ଯେ ! ତମ ଇଚ୍ଛା ...." କହି ରୋଷେଇ ଘର ଭିତରକୁ ଚାଲିଗଲେ ଦାଶବାବୁଙ୍କ ସ୍ତ୍ରୀ ।
(କିଛି ସମୟ ପରେ)
-ହିଇରେ !
- କଣ ହେଲା ?
-କଅଁଳିଆ ଭୃସୁଙ୍ଗ ପତ୍ର ଯୋଡ଼େ ବାଡିରୁ ଆଣି ପକେଇବ ତ ।
- ହୁଁ
- ଆଚ୍ଛା ଆମର ଯୁଆଣି ଅଛି ?
- ହଁ
- ସେଥିରୁ କିଛି ପକେଇଦେବ । ଗରିଷ୍ଠ ଜିନିଷ ଏ ବୟସରେ ଉଦର କଣ ହଜମ କରିପାରୁଛି !
-ହଇରେ ଶୁଭୁଚି !
-ହଁ, ଯାଉଛି
- ପିଆଜ ଟିକେ ଲଙ୍କା ଟିକେ ଚୁନେଇ କରି କାଟି ପକେଇବ !
- ହଉ
- ହେଇଟି ଶୁଣ ମ !
-ପୁଣି କଣ ହେଲା ? ଅଧା ବୁଲି ପଡି ପଚାରିଲେ ଦାଶବାବୁଙ୍କ ସ୍ତ୍ରୀ ।
- ବେଶି ଆଣ୍ଟୁଆ କରିବନି ,ନରମ ପାଗ କରିବ ହେଲା । ଅଳପ ଯୋଡ଼େ କରିବ ଆଉ....
-ହଉ, କହି ରୋଷେଇ ଘରକୁ ପୁଣି ଚାଲିଗଲେ ଦାଶ ବାବୁଙ୍କ ସ୍ତ୍ରୀ ।
-ହଇରେ ଶୁଭୁଚି !
-ଓ ହୋ ... କଣ ହେଲା ? ଏଥର ଟିକେ ଭାରି କଣ୍ଠରେ ରୋଷେଇ ଘରୁ ପଚାରିଲେ ବାବୁଆଣୀ ।
- ଖାଇବା ସୋଢ଼ା ଟିକିଏ ନାକୁ ପକେଇବ । ତେଲ ପିଇଯିବ ନୋହିଲେ ।
(କିଛି ସମୟ ପରେ ରୋଷେଇ ଘରୁ ଧାଇଁ ଆସି ,ଦାଶବାବୁଙ୍କ ସ୍ତ୍ରୀ)
-ହେଇଟି ! ପଞ୍ଜାବୀ ଟା ଗଳେଇଲ ଗଳେଇଲ !
- କାହିଁକି ? ଆଶ୍ଚର୍ଯ୍ୟ ହେଇ ପଚାରିଲେ ଦାଶ ବାବୁ ।
- ବେସନ ସରିଯାଇଛି !
- ବିଚରା ପକୁଡି ଆଶାରେ ଲାଳ ଗଡୁଥିବା ପାଟି ହଠାତ୍ ଆମ୍ବିଳା ହେଇଗଲା । ଗ୍ୟାସ ହେଇଯିବା ଭୟରେ ଆଗୁଆ ବୈଦ୍ୟନାଥ ଆଲୋଭେରା ଜୁସ୍ ପିଇ ସାରିଥିବା ପେଟ ବି ପଛକୁ ନସିଗଲା ।
- ଅଶାନ୍ତିରେ ଦାଶବାବୁ ମୁହଁକୁ ଶୁଖେଇ ଧୋତି ପଞ୍ଜାବୀ ପିନ୍ଧି ଜୋତା ଗଲେଇଛନ୍ତି ଘରଣୀ ଆସି ପହଁଚି ଗଲେ ।
- ହଇ ହେ ! ଏତେ ବେଳ ହେଲାଣି ଆଉ ବେସନ କଣ ଆଣିବ !
- ଆଉ ?
- କୁଳ ସାହୁ ଦୋକାନରୁ ପକୁଡି ଠୁଙ୍ଗେ ନେଇ ଆସିବ । ଆଉ ହଁ କାକରା ଯୋଡ଼େ ଆଣିବ ତ । କୁଳ ସାହୁ କାକରାଟା ବହୁ ଦିନରୁ ପାଟିରେ ବାଜିନି....
- ହଉ.... ଧିମା ସ୍ୱରରେ କହିଲେ ଦାଶବାବୁ ।
ଜୋତା ମାଡି ଦି' ପାହୁଣ୍ଡ ଆଗକୁ ଯାଇଛନ୍ତି କି ନାହିଁ, ପଛରୁ ଶୁଭିଲା...
No comments:
Post a Comment