New

Post Top Ad

Shubhapallaba Hindi Portal

Sunday, August 25, 2019

ବୋରିଂ ସଞ୍ଜ



ବାହାରେ  ନିର୍ଧୁମ ବର୍ଷା 
ଘଡଘଡି ଚଡଚାଡ
ତମ ତାଗିଦ୍ ନାହିଁ
ଝର୍କା ବନ୍ଦ କରିବାକୁ ମୁଡ୍ ନାହିଁ  !

କମ୍ପିଲାଣି ଓଠ
କିଛି କଥା କିଛି ବ୍ୟଥା
ଶୁଣିବାକୁ ତମେ ନାହଁ
ଗପିବାକୁ ମୁଡ୍ ନାହିଁ  !

ବେସନ ଅଛି
ତେଲ,ପିଆଜ, ଭୁର୍ସୁଙ୍ଗ ପତ୍ର ବି 
ତମ ଫର୍ମାଇସ୍ ନାହିଁ
ପକୁଡି ଛାଣିବାକୁ ମୁଡ୍ ନାହିଁ   !

କାଠବେଙ୍ଗ ଫକଫକ
ବାରଣ୍ଡାରେ ଚିତି, ଧଣ୍ଡ
ତମ କଟାକ୍ଷ ନାହିଁ
ହାଉଳି ଖାଇବାକୁ ମୁଡ୍ ନାହିଁ  !

ଦିହରେ ଖଇଫୁଟା ଜ୍ୱର
ଆଖି ନାକ ସଡ଼ ସଡ଼
ଗେଲବସରିଆ କଥା ତକ ନାହିଁ
ଫୁଲେଇ ହେବାକୁ ମୁଡ୍ ନାହିଁ  !

ରାତି ଏବଂ ବୋଉ
ଢେର୍ ବେଳୁ ଗର୍ଜିଲେଣି
ନିଦକୁ ଅପେକ୍ଷା ନାହିଁ
ସ୍ୱପ୍ନ ଦେଖିବାକୁ ମୁଡ୍ ନାହିଁ  !



No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba