New

Post Top Ad

Shubhapallaba Hindi Portal

Tuesday, August 13, 2019

ବଦନାମ "ପ୍ରେମିକା"

ଗୋଲାପ ନୁହଁ ପ୍ରତିଥର
ଥରୁଟିଏ ଚାରା ଦିଅ
ଫୁଲ ଫୁଟେଇବା ଦାଇତ୍ୱ 
ତୁମ ମୋ ଆମ ପ୍ରେମର,

ଚକଲେଟ୍ ଦିଅନା ମ
ଦୂରେ ନାହିଁ ମଧୁମେହ 
ସୁଗାର ଫ୍ରି କଥା କହି
ମନକୁ ମୋ ମୋହିନିଅ,

ଆଖିରେ ମୋ ଟାଣିଦିଅ 
ଅପେକ୍ଷାର ଲମ୍ବା ଡୋର
ଲୁହର ଜମାଟ ତୋଳୁ
ପ୍ରତିରାତି ସ୍ୱପ୍ନର ନଅର,

ଯାବତୀୟ ପ୍ରୀତିଗପ
ଜାଳ ଦେଇ ଜାଳିଦେବି
ନୀରବ ନିଶ୍ୱାସ ବୋଝ
ଛାତିତଳେ ମାରିଦେବି,

କହିବ ଯଦି କହିବିନି
ତୁମକୁ ମୁଁ (କେତେ) ଭଲପାଏ
ଭରଣପୋଷଣ ଭୟେ
"ପ୍ରେମିକା" (ଯେମିତି) ବଦନାମ ନହୁଏ !
           
          

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba