New

Post Top Ad

Shubhapallaba Hindi Portal

Saturday, August 10, 2019

ବାଁ ଗୋଡ଼ ପାଉଁଜି

କିଛି ତ ହଜିଛି
ଆଖି କଣ ମିଛରେ ଜକଉଛି !
ମିଛରେ କଣ ପାଳ ଦଉଡିକୁ ଡ଼ର ଲାଗୁଛି !
ପଟେ ଧରି ଆର ପଟକ
ଆଜି ବି ଖୋଜୁଛି !

ଆଶ୍ଚର୍ଯ୍ୟ...!!
ଏଥର ବୋଉ ଗାଳି ଦେଇନି
ନୂଆ ହଳେ କିଣିଦେଇଛି,
ଧେତ୍, ତଥାପି ଆଖି ଜକଉଛି !!!

ପିନ୍ଧିବି ନା ପିନ୍ଧିବିନି...?
କହିଦେବି ନା କହିବିନି...?

ଥାଉ,
ସେଇମିତି ଗୋଲାପି କାଗଜରେ
ଗୁଡ଼େଇ ହେଇ କଥାଟା,
ବାଁ ପଟ ଛାତିରେ
କାଞ୍ଚନ ବଣିଆ ନାଲି ଡ଼ବା ଭିତରେ

ହଜିଯିବ କାଳେ ....
ପ୍ରଥମ ପ୍ରେମ ହଜିଗଲା ପରି ।

Photo: Subhasmita Amar Pattnaik

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba