New

Post Top Ad

Shubhapallaba Hindi Portal

Thursday, August 29, 2019

ପ୍ରଣୟିନୀ


ଧଇଁସଇଁ ଫୁସଫୁସ
ଟିକଟିକ ନାଡୀ
ଦିକଦିକ ହୃଦୟ,
ମାନେ ଯଦି ଜୀଵନ
ତେବେ ହଁ ମୁଁ ଜିଇଁଚି...

ମିଟମିଟ ମେଲା ଆଖି
ଛଟପଟ ତନୁ ମନ ତଳେ
କେଁ କଟକଟ ଶେଜ,
ମାନେ ଯଦି ନିଦ
ତେବେ ହଁ ମୁଁ ବି ସ୍ୱପ୍ନ ଦେଖିଛି...

କା' କା'  କାକ ରାବ
ଫଡଫଡ ବାଁ ଆଖି
ଠନଠନ ବାସନର କଳି,
ମାନେ ଯଦି ତୁମ ଆଗମନ
ତେବେ ହଁ ମୁଁ ଅପେକ୍ଷା କରିଛି...

ଠପଠପ କେଇ ବୁନ୍ଦା ଲୁହ
ଗରଗର ନାକ ଅଗିଆ ରାଗ
ମେଞ୍ଚା ମେଞ୍ଚା ଅଭିମାନ
ଲମ୍ବା ତାଲିକା ଭରା ଅଭିଯୋଗ,
ମାନେ ଯଦି ଯନ୍ତ୍ରଣା
ତେବେ ହଁ ମୁଁ ବି ଜଳିଛି ...

ଲାଜ ମିଶା  ହସ
ହସ ମିଶା ମିଛ ରାଗ
ରାଗ ମିଶା ମିଛ ଲୁହ
ଲୁହ ମିଶା ହସର ଗୁଣଫଳ,
ମାନେ ଯଦି ପ୍ରେମ
ତେବେ ହଁ ମୁଁ ପ୍ରଣୟିନୀ ଟିଏ....



1 comment:

  1. ଚମତ୍କାର 👌👌 ମନକୁ ପାଇଗଲା...ହୃଦୟକୁ ଛୁଇଁଗଲା ☺️

    ReplyDelete

Shubhapallaba free eMagazine and online web Portal

Post Top Ad

Shubhapallaba