Post Top Ad

Shubhapallaba Hindi Portal

Tuesday, May 26, 2020

ପ୍ରିକସନ୍


ଫଟୋ ଏବଂ ଆମ୍ବ କଟାକଟି : ସଂଗ୍ରାମ କେଶରୀ ସେନାପତି


ରିସେପସନ୍ ଭୋଜି ପରେ , ଘରଟା ଧିରେ ଧିରେ ଫାଙ୍କା ହେଇଆସିଲାଣି। ବନ୍ଧୁବାନ୍ଧବ, କୁଣିଆ ମୈତ୍ର ଯେ' ଯୁଆଡେ ନିଜ ଘରକୁ ବାହୁଡ଼ିଲେଣି । ଭାର, ଯାନିଯୌତୁକ ରେ ଗାଁ କିନ୍ତୁ ଉଠୁଛି ପଡୁଛି । ସାମନ୍ତରାୟ ଘର ବୋହୁ ଏକ ନମ୍ବର । କଣ ନଦେଇଛି ତା' ବାପ ! ଓଃ ! ମାନିବାକୁ ପଡିବ ପାଞ୍ଚଖଣ୍ଡ ଗାଁ ରେ ରେକର୍ଡ କରିଦେଲା ହୋ ! 
କିନ୍ତୁ ସେ ଯାଏଁ ଦାଣ୍ଡ ଘର କଣରେ ଡେରା ହୋଇଥିବା ଚୁଟି ବନ୍ଧା ଜରି ବସ୍ତାଟା ଉପରେ କାହାରି ନଜର ପଡିନଥିଲା କି କଣ ! ସାନ ନଣନ୍ଦ ଶାଶୁଙ୍କୁ ଡାକି ବସ୍ତା ଦେଖେଇ ଦେଇ କହିଲା, " ଆଲୋ ବୋଉ, ଏଥିରେ କଣ ଅଛି ଦେଖିଲେନି ତ? ବସ୍ତା ଖୋଲି ଦେଖିବାରୁ ଜାତିଆ ଆମ୍ବ । ପାଚି ପଚିବାର ମଝାମଝି । ଲତଲତ ଆମ୍ବ ପାଛିଏ ବାଛିନେଇ ଧୋଇ ଧାଇ ଦୁଇ ନଣନ୍ଦ ଦଉଡ଼ିଲେ ନୂଆ ଭାଉଜ ପାଖକୁ । "ହଇଓ ଭାଉଜ ! ଆମ୍ବ ବସ୍ତାଏ ଧରି ଆସିଛ କହିନ କେମିତି କିଓ ?"
- "ଆରେ ହଁ ମୁଁ ପୁରା ଭୁଲି ଯାଇଛି । ଦାଦା ଗାଁ ରୁ ପଠେଇଛନ୍ତି । ଆମ ତୋଟା ଆମ୍ବ । ଭାରି ମିଠା । ଆସିଲା ବେଳକୁ କାନେ କାନେ କହି ରଖିଥିଲେ ଆମ୍ବଟା ପଚିଯିବ ,ଖୋଲି ରଖିବାକୁ ...କେମିତି ଭୁଲିଗଲି କେଜାଣି !" ନରମ ସ୍ୱର ରେ କହିଲା ନୂଆବୋହୁ ।
- ଆରେ ନା ମ ଭାଉଜ ବିଶେଷ କିଛି ହେଇନି ଖାଉନ ଖାଅ । ଏତିକି କହିଦେଇ ଦୁଇ ନଣନ୍ଦ ଦାନ୍ତରେ ନଶା ଛଡେଇ ଚୁପୁଡି ଚାପୁଡି ଖାଇବାରେ ମନଦେଲେ । 
- "ସତରେ ! କି ମିଠା ବେ ! ମହୁ ତ..." କହି କହୁଣୀ ଆଡେ ବୋହି ଆସୁଥିବା ରସକୁ ସୁଡୁକିନେଲେ ବଡ଼ ନଣନ୍ଦ । 
ବଲବଲ କରି ଚାହିଁ ରହିଥିଲା ନୂଆବୋହୁ । ପାଛିଆ ଅଧା ।
- "ଆଲୋ ହେ ! ବୋକିଙ୍କ ପରି ଅନେଇଛ କଣ ଖାଉନ  ! "  ଏତକ କହି ସାନ ନଣନ୍ଦ ପାଛିଆରୁ ଆମ୍ବଟେ ନେଇ ଭାଉଜ ହାତରେ ଧରେଇଦେଲା ।
- ନାଇଁ....ମାନେ...ମୁଁ .... ଏ ଗୋଟା ଆମ୍ବ ବିଲକୁଲ ଖାଇପାରେନି । ମାମା ସବୁବେଳେ କାଟିକି ଦିଏ । ଏ ଆମ୍ବ ନଶା ଲାଗି ପାଟିରେ ଘା' ହେଇଯାଏ ମୋର । ଭାରି କଷ୍ଟ ହୁଏ । 
- ଧେତ୍ , କିଛି ହେବନି । ଦେଖ୍ ! ଏମିତି ଖାଇବୁ.... ଡେମୋ ଦେଖେଇଦେଲେ ବଡ଼ ନଣନ୍ଦ ।
- ଆଚ୍ଛା  ନାନୀ !...... ଘା' ନହେବା ଲାଗି  କିଛି ପ୍ରିକସନ୍ ନାହିଁ କି ?
ଭାଉଜ ମୁହଁରୁ ଏତକ ଶୁଣି ଠୋ ଠା କରି ହସି ଘର କମ୍ପେଇଦେଲେ ଦୁଇ ନଣନ୍ଦ । 
-ଲାଜ ଲାଜ ମୁହଁରେ ଲୁଗାଦେଇ, ନୂଆବୋହୁ  ଚଟ୍ କିନା ପଶିଗଲା ରୋଷେଇ ଘର ଭିତରକୁ  ।
 ଧେତ୍ , କାଲି ରାତି ପରଠୁ ଏ "ପ୍ରିକସନ୍" ଶବ୍ଦଟା  ମୁଣ୍ଡରୁ  ଯାଉ ହିଁ ନଥିଲା ତା'ର !


୨୬.୦୫.୨୦୧୯
Shubhapallaba free eMagazine and online web Portal

Post Top Ad

Shubhapallaba