ସେ ଯାହା ହଉ ଅନେକ ଉଥାନ ପତନ ଦେଇ ଶେଷରେ ପଣ୍ଡାବାବୁଙ୍କ ପୁଅ ବା'ଘରଟା ସରିଗଲା । ହୋମ ନିଆଁ ଟା ସିନା ନିଭିଗଲାଣି କିନ୍ତୁ କୁହୁଳା ....କୁହୁଳୁ ଥିଲା ପଣ୍ଡାବାବୁଙ୍କ ସହଧର୍ମିଣୀଙ୍କ କାନରେ ।
- "ହଇଲୋ ବୁଢ଼ୀ ! ନକରି ନକରି ଭବନଶର୍ ଝିଅ ବୋହୁ କଲୁ ! ଆମ ତାଳଚେର-ଅନୁଗୁଳ ପଟେ କଣ ତୋତେ ଝିଅ ଅଭାବ ହେଲେ କିଲୋ ? ହେରା ହେ'ପଟ ଝିଅ କଣ ଆମ ମନ ନେଇ ଚଳିପାରିବ ? ଖାଲି ତା' ବାପଘର ସ' ଥେଇ ଥେଇ ହେଇ ନାଚିବ । କେଜାଣି ମା', ଖୁଡିରେ ଚଳିଛି କି ନାହିଁ ! ଖାଲି ମୁଖ ସୁନ୍ଦର ହେଲେ କଣ ହବ ! ମା' -ବାପା ସଂସ୍କାର ଦେଇଥିଲେ ତ ! ପୁଣି ଓଡ଼ିଆ ବ୍ରାହ୍ମଣ । ଆମ ଚଳଣି ଅଲଗା ତାଙ୍କ ଚଳଣି ଅଲଗା ! ପିତୃପୁରୁଷଙ୍କ କଥା ଛାଡ ତମେ ଦି' ପ୍ରାଣୀ ପାଣି ପାଉଛ କି ନାହିଁ ଦେଖ ! ଦେଖି ଚାହିଁ ଚଳୁଥିବୁ । ତେଣିକି ତୋ ଭାଗ୍ୟରେ ମା ହିଙ୍ଗୁଳା ଠାକୁରାଣୀ ଯାହା ଲେଖିଥିବେ.... ।"
- କ'ଣ କରିବି ନାନୀ ? ଯାହାକୁ ଯିଏ ରସିଲା,କିଆ ଫୁଲ ପରି ବାସିଲା । ଗୋଟାଏ ବୋଲି ତ ଛୁଆ । କଉ ନ'ଟା ନା ଛ'ଟା ? ତାକୁ ନଆଣିଲେ ପୁଅ ମୋର ରେଳବାଇକୁ ଯିବ ବୋଲି କହିଲା । ଯାହା କରୁଛି କରୁ ତା' ରି ଆଗରେ ଆଖି ବୁଜିଦେଲେ ଗଲା। ତା' ଖୁସିରେ ଆମେ ଖୁସି ।
ନିଷ୍ଠାପର ଗୃହିଣୀମାନଙ୍କର ନିଜ ଧନସମ୍ପତିରେ ଲୋଭ ଯେତିକି ତଉଲି ଦେଲେ ରୋଷେଇ ଘର ଆଉ ଠାକୁରଘର ପ୍ରତି ମଧ୍ୟ ସମାନ ଲୋଭ । ଯାହାକୁ ଆସୁଆସୁ ବୋହୁ ହାତରେ ସମର୍ପି ଦେବାକୁ ପଣ୍ଡାବାବୁଙ୍କ ସ୍ତ୍ରୀ କୁଣ୍ଠିତ ।
- ଥାଉ ଥାଉ । ନୂଆ ବୋହୁଟା ତୁ କଣ ରୋଷେଇ କରିବୁ ! ତା' ଛଡା କଉଠି କ'ଣ ଅଛି ତୁ କ'ଣ ପାଇବୁ ? ଥକିଯାଇଥିବୁ । ଯା' ଆରାମ କରିବୁ । ମୁଁ କରିଦେବି ।
-ନାଇଁ ବୋଉ , ମୁଁ ପାରିବି । ଆପଣ ଜମା ବ୍ୟସ୍ତ ହୁଅନ୍ତୁନି ।
-ହେଲେ....
- ବୋଉ ସେ କରିଦେବ । ତୁ ଆସୁନୁ ଏପଟକୁ ।
ଏବେ ଆଉ କ'ଣ ବା କରିପାରିବେ ପଣ୍ଡିଆଣୀ ! ଏଣୁ ମାଇଲେ ଗୋ ହତ୍ୟା ତେଣୁ ମାଇଲେ ବ୍ରହ୍ମହତ୍ୟା ! କାନ ମୁଣ୍ଡା ଆଉଁଶି ଆସି ପିଣ୍ଡାରେ ହାତ ବାନ୍ଧି ବସିଲେ ।
- ହଇଓ ! ବୋହୁ ଆସୁ ଆସୁ ଗୋଡ଼ ଉପରେ ଗୋଡ଼ ଲଦି କ'ଣ ବସିଗଲ ତ ! ଯାଉନ ଟିକେ ଦେଖାରଖା କରିବ ।
ନୂଆ ବୋହୂଟା । ତା' ଛଡା ପାଠପଢ଼ା ପିଲା ସେ। ରୋଷେଇ ବାସ ଜାଣିଥିବ କି ନାହିଁ !
-ମୁଁ କ'ଣ କରିବି ଯେ? ତମ ବୋହୁ ତ ମୋତେ ରୋଷେଇଘରୁ ବାହାର କରିଦେଲା । ରାଜଧାନୀରୁ ବୋହୁ ଆଣିଛ , ନାମ ନିଅ ।
- ବୁଝିଲ , ଧାଁ ଧପଡ଼ ଆଉ ଖିଆପିଆ ଅବେଳ ହେଇ ଅଜୀର୍ଣ୍ଣ ହେଇଯାଇଚି ମ । ପେଟ ଟା କାଇଁ କିଛି ଭଲ ଲାଗୁନି । ବାଝିଣିଆ ଲାଗୁଚି । ଯାଅ ତୋରାଣି ପାଣି ବ୍ୟବସ୍ଥା ଟିକେ କର ।
- ଏଁ ତୋରାଣି ! ଭବନଶର୍ ବୋହୁ କରିଛ ବିରିଆନି ଖାଇବନି ! ଶଃ ! ଗଲା ମୋ ରୋଷେଇ ଘର ଆଜି । ସବୁ ଘାଣ୍ଟିଦେଵ । ଚାରପାଠ କଣ ତା ଚଉଦ ପୁରୁଷରେ ଜାଣି ନଥିବ । ହଉ ଶୁଣ, ପୁଅଟା ମନ ଉଣା କରିବ ଟିକେ ଯାଇ ତା' ସାଙ୍ଗରେ ବସି ପଡିବ । ମୁଁ ଡ଼ଲିକୁ ପଠେଇ ଖୁଡି ଘରୁ ତୋରାଣି କଂସେ ଆଣିଦେବି ।
-ବୋଉ ! ରୋଷେଇ ସରିଲାଣି । ବଢ଼ାବଢି କରୁଛି ?
- କଣ ରାନ୍ଧିଲା କିଲୋ ବୁଢ଼ୀ ତୋ ବୋହୁ ? ଏତେ ସଅଳ ସାରିଦେଲା । ହୁଟଲ୍ ରୁ ମଗେଇ ଆଣିନି ତ !
- ନା ନା ରହ । ବାପାଙ୍କ ପାଇଁ ମୁଁ ବାଢ଼ିଦେବି । ତୁ ଯା' ବସ ।
- ନାଇଁ ବୋଉ ମୁଁ ବାଢ଼ିଦେବି । ସମସ୍ତଙ୍କ ସହ ଆପଣ ବି ବସି ଯାଆନ୍ତୁ ।
- ବୋଉ ! ତୁ ଆସିଲୁ ଏପଟକୁ । ସେ ବାଢ଼ିଦେବ ।
ସମସ୍ତେ ଧୁଆ ଧୋଇ ହେଇ ଆସିଲା ବେଳକୁ ଆସନ ପଡି ଗିଲାସ, ପାଣି ଢାଳ ଥୁଆ ହେଇସାରିଥାଏ ।
ଦୂରରୁ ବୋହୁ ହାତରେ ଟ୍ରେ ଦେଖି ପଣ୍ଡା-ପଣ୍ଡିଆଣୀ ଟିକେ ଚାହାଁ- ଚାହିଁ ହେଇ ଆମ୍ବିଳା ହେଇ ଆସୁଥିଲେ ବି ପୁଅ ମୁହଁକୁ ଚାହିଁ ଜବରଦସ୍ତିଆ ହସଟେ ଆଙ୍କିଦେଲେ ମୁଖମଣ୍ଡଳରେ ।
ଏ କ'ଣ ଟ୍ରେ'ରୁ ଓହ୍ଲେଇଲା ପଖାଳ କଂସା ! ଦହି ପଖାଳ ସାଙ୍ଗକୁ ଟ୍ରେ ଖୋପରେ ସଜେଇ ହେଇଚି ପିଠଉ ଦିଆ ବାମୁଣ୍ଡିଆ ଶାଗ,କଖାରୁ ଫୁଲ ଭଜା,ତାକୁ ଲାଗି ଟମାଟ,ଭେଣ୍ଡି,ବାଇଗଣ ପୋଡା,ସୋରିଷ ତେଲ ଲୁଣ,ପିଆଜ,ରସୁଣ,କଞ୍ଚା ଲଙ୍କା ଆଉ ତା ସାଙ୍ଗକୁ ବଡ଼ିଚୁରା ।
-ପ୍ରତି କଳରେ ମନ ବତୁରୁ ଥାଏ ସଭିଙ୍କର । ସେ ସୁଆଦ ସହ ଯେମିତି ପଣ୍ଡାବାବୁ ଆଗରୁ ପରିଚିତ ଥିଲେ । କିନ୍ତୁ ସନ୍ଦେହରେ ଥିଲେ.... ବୋଉ ନା ବୋହୂ !
- (ଠିକ ସେତିକି ବେଳେ)ବୁଝିଲୁ ବୁଢ଼ୀ ! ଗୋଟା ଯାକ ତୋ ଶାଶୁ । ଭବନଶର୍ ଝିଅଟି ସେ ।
- ପଣ୍ଡିଆଣୀଙ୍କ ମନ ଭିତର ଗର୍ବ ଆଖିରେ ସ୍ପଷ୍ଟ ବାରି ହେଇପଡୁଥିଲା ।

***

◆◆◆
No comments:
Post a Comment