ତୁମେ କୁହନା !
ଦେଖା କରିବାକୁ
ପାର୍କ, ରେସ୍ତୋରାଁ ଠାରୁ ଦୂର
ବେଳାଭୂମିକୁ ମୁଁ କାହିଁକି ବାଛେ ?
ଏଇତ !
ସବୁରି ଠିକଣା
ଶାନ୍ତି.....
ଅଶାନ୍ତ ଲହରୀ ପାଦ ଚୁମେ ଯେବେ
ସ୍ମୃତି....
ଏଇଠି ହଜେ ପୁଣି ମିଳେ
ଅପେକ୍ଷା...
ଏଇଠି ଆରମ୍ଭ,ଅନ୍ତ ପୁଣି ଅନ୍ତହୀନ
ଏଇଠି ତ !
ଭୁଲି ପୁଣି ତୁମମନସ୍କ ହୁଏ
ହରେଇ ପୁଣି ପାଇବାର ଆଶା ଜାଗେ
ପାଇ ପୁଣି ହରେଇବାର ଭୟ ଥାଏ
ଭୟ ତେଜେ ହୃଦୟ ପଥର ହୁଏ,
ଏଇ ବେଳାଭୁମି ପରେ....
କଳ୍ପନାର ତାଜମହଲ ତୋଳେ
ଢେଉ ପିଟି ଚୁରମାର ହୁଏ ଆଖିସାମ୍ନାରେ,
ଶୂନ୍ୟରେ ତୁମ ଛବି ଆଙ୍କେ
ଛଳନା ପୋଛିଦେଇ ଯାଏ ନୀଳ ରଙ୍ଗରେ,
ଯନ୍ତ୍ରଣା......
ଥାଉ !
ଆଉ କୁହନା !
◆◆◆
No comments:
Post a Comment